Home ଅପରାଧ ସ୍ବାମୀ ଙ୍କୁ ବଂଧକ ରଖି ବାନ୍ଧି ମାଡ଼ ମାରିବା ସହ ସ୍ତ୍ରୀ କୁ ଅନୈତିକ କାର୍ଯ୍ୟ କରିବାକୁ କିଛି ଯୁବକ ବାଧ୍ୟ କରିଛନ୍ତି |

ସ୍ବାମୀ ଙ୍କୁ ବଂଧକ ରଖି ବାନ୍ଧି ମାଡ଼ ମାରିବା ସହ ସ୍ତ୍ରୀ କୁ ଅନୈତିକ କାର୍ଯ୍ୟ କରିବାକୁ କିଛି ଯୁବକ ବାଧ୍ୟ କରିଛନ୍ତି |

by admin
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସ୍ବାମୀ ଙ୍କୁ ବଂଧକ ରଖି ବାନ୍ଧି ମାଡ଼ ମାରିବା ସହ ସ୍ତ୍ରୀ କୁ ଅନୈତିକ କାର୍ଯ୍ୟ କରିବାକୁ କିଛି ଯୁବକ ବାଧ୍ୟ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଏକ ସଙ୍ଗୀନ୍ ଭିଡିଓ ଭାଇରାଲ ହୋଇଛି।

ଏ ଭଳି ଘଟଣା ଘଟିଛି  କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତର ଜେରକନ୍ଦ ପ୍ରାଥମିକ ବିଦ୍ୟାଳୟ ରେ। ଗତ ଶନିବାର ସଂଧ୍ୟା ସମୟରେ ଜଣେ ଯୁବତୀ ଓ ୩ ଜଣ ଯୁବକ ଅନୈତିକ କାର୍ଯ୍ୟକଳାପ ରେ ସଂପୃକ୍ତ ଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ଗାଁ ଲୋକେ ମାହାଙ୍ଗା ପୋଲିସ କୁ ଫୋନ୍ କରି ଜଣାଇଥିଲେ ମଧ୍ୟ ପୋଲିସ ୫ ଘଣ୍ଟା ବିଳମ୍ବରେ ଆସି ପହଁଚିଲେ ବୋଲି ଅଭିଯୋଗ ହୋଇଛି। ଥାନା ଠାରୁ ଘଟଣା ସ୍ଥଳ ମାତ୍ର ୩ କିଲୋମିଟର ଦୂରତା ହୋଇଥିଲା ମଧ୍ୟ ପୋଲିସ ର ବିଳମ୍ବିତ ରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଉଦ୍ଧାର କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଂଚଳବାସୀ।


ଲୋକଙ୍କ ଅଭିଯୋଗ ଅନୁଯାୟୀ ଅନେକ ସମୟରେ ଏହି ବିଦ୍ୟାଳୟରେ ଏଭଳି ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ପୋଲିସ କୁ ଜଣାଇଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ। ଆଉ ଏବେ ଲୋକମାନେ ଏକାଠି ହୋଇ ଏଭଳି ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ଯୁବକ ଯୁବତୀ ଙ୍କୁ ପୋଲିସ କୁ ହସ୍ତାନ୍ତର କଲେ ମଧ୍ୟ ପୋଲିସ ର କୋହଳ ମନୋଭାବ ରୁ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି। ଫଳରେ ଗ୍ରାମାଞ୍ଚଳ ରେ ରହୁଥିବା ଛୋଟ ଛୋଟ ଝିଅ ପୁଅଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏପଟେ ପୋଲିସ କଷ୍ଟୋଡି ରେ ଯୁବତୀ ଆଉ ଏକ ବୟାନ ଦେଇଛନ୍ତି ଯାହାକି ଘଟଣା କୁ ଅଡ଼ୁଆ ଭିତରକୁ ଠେଲି ଦେଉଛି। କାରଣ ଯୁବତୀଙ୍କ ଦୁଇଟି ଯାକ ବୟାନ ରେ କୈାଣସି ତାଳମେଳ ରହୁନଥିବା ରୁ ପ୍ରଥମ ବୟାନ ରେ ଯୁବତୀ ସତ କହିଛନ୍ତି ନା ପୋଲିସ କଷ୍ଟୋଡି ରେ ସତ କହିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି ଯୁବତୀ କ’ଣ କାହା ଚାପ ରେ ବୟାନ ବଦଳାଇଛନ୍ତି।ଏହାର ନିରପେକ୍ଷ ତଦନ୍ତ ର ଆବଶ୍ୟକତା ଅଛି।

ଏ‌ହି ଅନୈତିକ କାର୍ଯ୍ୟକଳାପ ରେ କେଉଁ କେଉଁ ମାନେ ସଂପୃକ୍ତ ଅଛନ୍ତି ଆଉ ପୋଲିସ ର କୋହଳ ମନୋଭାବ ପଛରେ କାହାର ଅଭୟ ହାତ ଅଛି ଏବଂ ସବୁଠୁ ବଡ଼ କଥା ହେଲା ବିଦ୍ୟାଳୟ ଭଳି ପବିତ୍ର ସ୍ଥାନ ରେ ଏଭଳି କୁ କାର୍ଯ୍ୟ କରିବା ପଛରେ କାହାର ପ୍ରଛନ୍ନ ହାତ ରହିଛି ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

related posts

Leave a Comment