Home Breaking News / ତାଜା ଖବର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଳ ବନ୍ଦୀ ଓ ଡାକ୍ତର ସମସ୍ୟା ସମ୍ବନ୍ଧ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଚିରାଚରିତ…

ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଳ ବନ୍ଦୀ ଓ ଡାକ୍ତର ସମସ୍ୟା ସମ୍ବନ୍ଧ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଚିରାଚରିତ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଈଁ ମୋ ସରକାର ରେ ସାମିଲ ହୋଇଛି ସ୍ୱାସ୍ଥ୍ୟ ବିଭାଗ ,କିନ୍ତୁ ଅସରାଏ ବର୍ଷା ରେ ମୋ ସରକାର ର ସମୁଚିତ ସେଵା କିଭଳି ବିଛିନ୍ନ ହୋଇଯାଉଛି ତାହାର ଜ୍ବଳନ୍ତ ଉଦାହରଣ କଟକ ନିଶ୍ଚିନ୍ତକୋଇଲି ବ୍ଲକ ର ଅସୁରେଶ୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଦେଖନ୍ତୁ ଏହି ରିପୋର୍ଟ କୁ ।

ଏ ହେଉଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ ର ଅସୁରେଶ୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନୀୟ ଅସୁରେଶ୍ବର,କଟିକଟା,କେଣ୍ଟାଳ,ସୁକରପଡା , ତରତଶାସନ ସମେତ କଟିକଟା-ଜୟପୁର ଓ କଟକ -ଚାନ୍ଦବାଲି ରାସ୍ତା ର ପଥଚାରୀ ମାନେ ନିର୍ଭର କରନ୍ତି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ।ସ୍ୱାସ୍ଥ୍ୟ କେନ୍ଦ୍ର ପାଈଁ MBBS ଡାକ୍ତର -1,ଆୟୁଷ ଡାକ୍ତର-1,ଫାର୍ମାସିଷ୍ଟ -1 ,ସ୍ଟାଫନର୍ସ -2 ,ANM-1 ପଦବୀ ଅନୁମୋଦିତ ଥିଲା ବେଳେ MBBS ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଛି ବିଗତ ଅପ୍ରେଲ ମାସ ଠାରୁ। ଆଉ ଯେଉଁ ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ସମୁଚିତ ସ୍ୱାସ୍ଥ୍ୟ ସେଵା ପାଈଁ ରାଜ୍ୟ ସରକାର ଙ୍କ ପାଇଲଟ ପ୍ରୋଜେକ୍ଟ ମୋ ସରକାର ଅନ୍ତର୍ଭୁକ୍ତ ହୋଇଛି ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଡାକ୍ତର ଓ ଫାର୍ମାସିଷ୍ଟ ଅଭାବ ଏବେ ମୋ ସରକାର ର ଅସଲ ଚିତ୍ର କୁ ପଦାରେ ପକେଇ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ସେହିଭଳି ଗତ 3ଦିନ ଧରି ଲଗାଣ ବର୍ଷା ରେ ଜଳବନ୍ଦୀ ହୋଇ ପଡ଼ିଛି ସ୍ୱାସ୍ଥ୍ୟ କେନ୍ଦ୍ର , କେନ୍ଦ୍ର ରେ ନିୟୋଜିତ ଆୟୁଷ ଡାକ୍ତର ଵି ଦୁଇ ଦିନ ହେବ ଛୁଟିରେ । ଡାକ୍ତର କ୍ୱାର୍ଟର ,ସ୍ଟାଫ୍ କ୍ୱାର୍ଟର କୁ କର୍ମଚାରୀ ମାନେ ଦୂଷିତ ପାଣି ରେ ପସି କାରବାର ହେଉଛନ୍ତି । ଜଳ ନିଷ୍କାସନ ପାଈଁ କୌଣସି ପଦକ୍ଷପ ନ ନେବାରୁ ରୋଗୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ଅନ୍ୟପଟେ ବର୍ତମାନର କଟକ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ ଗତ 2012 ମସିହାରେ ଏହି ମେଡ଼ିକାଲ ରୁ MBBS ଡାକ୍ତର ପଦ ରୁ ବଦଳି ହୋଇଗଲା ପରେ ଆଜି ପର୍ଯ୍ୟନ୍ତ ଡେପୁଟେସନ ରେ ୮ ଜଣ ଡାକ୍ତର ୨ ରୁ ୩ ମାସ ଅବଧି ମଧ୍ୟରେ କାର୍ଯ୍ୟ କରି ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଏବେ ପୂର୍ଵ ଅପେକ୍ଷା ସ୍ଥିତି ଅଧିକ ସଂଗୀନ,ବିନା ଡାକ୍ତର ଓ ଫାର୍ମାସିଷ୍ଟ ରେ ଚାଲୁଛି ସ୍ୱାସ୍ଥ୍ୟ କେନ୍ଦ୍ର । 

ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଳ ବନ୍ଦୀ ଓ ଡାକ୍ତର ସମସ୍ୟା ସମ୍ବନ୍ଧ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ଚିରାଚରିତ ଉତ୍ତର, ଲେଖା ଯାଇଛି ଉପରୁ ଆସିଲେ ହବ।ବାକି ରହିଲା ଦେଖିବାକୁ କେବେ ଆସୁଛନ୍ତି ନୂଆ ଡାକ୍ତର ଆଉ କେବେ ବଦଳୁଛି ଏହି ମେଡିକାଲ ର ଭାଗ୍ୟ।

related posts

Leave a Comment